ଗୁପଚୁପ
ଗୁପଚୁପ ଏକ ଭାରତୀୟ ଖାଦ୍ୟ । ଏହା ଆଳୁ ଚକଟା ଓ ଖଟାପାଣି ସହ ଖିଆଯାଇଥାଏ ।
ଆବଶ୍ୟକ ସାମଗ୍ରୀ
[ସମ୍ପାଦନା]- ମଇଦା - ଅଧା କପ୍
- ସୁଜି - ଗୋଟେ କପ୍
- ତେଲ - ୨୫୦ ମିଲିଲିଟର
- ଆଳୁ - ୨୫୦ ଗ୍ରାମ୍
- ମଟର - ୫୦ଗ୍ରାମ୍
- ତେନ୍ତୁଳି - ୫୦ ଗ୍ରାମ୍
- ଆବଶ୍ୟକ ଅନୁସାରେ ଲୁଣ, ଲଙ୍କାଗୁଣ୍ଡ, ଧନିଆ ପତ୍ର ଓ ପୋଦିନା ପତ୍ର
ପ୍ରସ୍ତୁତି
[ସମ୍ପାଦନା]ଅଧାକପ୍ ମଇଦା ଓ ଏକ କପ୍ ସୁଜିକୁ ଗୋଟିଏ ପାତ୍ରରେ ଭଲକରି ମିଶାଇବା । ସେଥିରେ ଆବଶ୍ୟକ ପରିମାଣର ଉଷୁମ ପାଣି ଦେଇ ଭଲକରି ଚକଟା ଯାଏ । ଚକଟା ହୋଇଥିବା ସୁଜି ଓ ମଇଦାକୁ ଛୋଟ ଛୋଟ ଗୁଳା କରାଯାଏ । ଏହି ଗୁଳାଗୁଡିକୁ ଏକ ଓଦା କପଡାରେ ଟାଇଟ୍ କରି ଅଧଘଣ୍ଟା ଘୋଡେଇ ରଖାଯାଏ । ପରେ ଏହାକୁ ଛୋଟ ଛୋଟ ପୁରୀ ଭଳି ବେଲି ଗରମ ତେଲରେ ଛାଣି ଖୋଲା ରଖାଯାଏ । ଏହା ଥଣ୍ଡା ହୋଇଗଲା ପରେ ଏକ ଟାଇଟ୍ ଡବାରେ ରଖାଯାଏ । ପରେ ଅନ୍ୟ ଏକ ଜାଗାରେ ୪/୫ଟା ସିଝା ଆଳୁକୁ ଚୋପା ଛଡ଼ାଇ ଆବଶ୍ୟକ ଅନୁସାରେ ଲୁଣ, ଲଙ୍କାଗୁଣ୍ଡ, ଜିରାଗୁଣ୍ଡ, ସିଝା ମଟର, ଧନିଆ ପତ୍ର ପକାଇ ଚକଡା ଯାଏ । ଅନ୍ୟ ଏକ ପାତ୍ରରେ ତେନ୍ତୁଳିରେ ଆବଶ୍ୟକ ଅନୁସାରେ ପାଣି ଦେଇ ରସ ବାହାର କରାଯାଏ । ସେଥିରେ ଲୁଣ, ଆମ୍ବକଷି ଅଦା ଓ କଞ୍ଚାଲଙ୍କା ଛେଚି ପକାଇବା ସହିତ ପୋଦିନା ପତ୍ର ଛିଣ୍ଡାଇ ପକାଯାଏ । ଖଟାପାଣି ଓ ଆଳୁ ମସଲା ପ୍ରସ୍ତୁତି ହୋଇଗଲା ପରେ ଗୁପ୍ଚୁପ୍ କଣା କରି ସେଥିରେ ଆଳୁ ମସଲା ଓ ଖଟାପାଣି ଦେଇ ପରଷା ଯାଏ । [୧]
ଗ୍ୟାଲେରି
[ସମ୍ପାଦନା]-
Panipuri served with chutney
-
The hollow bread is punctured, opened and filled with vegetable mixture, and sauce
-
Panipuri and its stuffing ingredients: potato, chickpea, pomegranate seeds, chutney, flavored waters
-
Golgappa served with five different pani
-
Potato stuffing for panipuri
-
Panipuri stall in Kolkata
ଆଧାର
[ସମ୍ପାଦନା]- ↑ ଖବର, ପୃଷ୍ଠା - ୧୫, ଶୁକ୍ରବାର ୧୩ ଜାନୁଆରୀ ୨୦୧୩