ଡାହୁକ ବୋଲି
ଓଡ଼ିଆ ସାହିତ୍ୟର ଇତିହାସ |
ଓଡ଼ିଆ ସାହିତ୍ୟର ବିଭାଗ |
ଓଡ଼ିଆ ଭାଷାର ଲେଖକ |
ସମୟ ଅନୁସାରେ ତାଲିକା
ଲେଖକଗଣ -
ଔପନ୍ୟାସିକ |
ପ୍ରକାରଭେଦ |
ଚଉତିଶା - ଚଉପଦୀ - ଛାନ୍ଦ - ଚମ୍ପୂ |
ସଙ୍ଗଠନ |
ଆନ୍ଦୋଳନ |
ସମାଲୋଚନା ଓ ସମ୍ମାନ |
ଓଡ଼ିଶା ପୋର୍ଟାଲ |
ସାହିତ୍ୟ ପୋର୍ଟାଲ |
ଉଇକିପାଠାଗାର |
ଡାହୁକ ବୋଲି ଜଗନ୍ନାଥଙ୍କ ରଥ ଯାତ୍ରା ବେଳେ ରଥ ଉପରେ ବୋଲାଯାଉଥିବା ଗୀତ । ଏହି ଗୀତିଗୁଡିକ ଡାହୁକମାନଙ୍କ ଦେଇ ବୋଲାଯାଉଥିବାରୁ ଏହାକୁ "ଡାହୁକ ଗୀତ" ମଧ୍ୟ କୁହାଯାଏ । [୧][୨] ଡାହୁକ ବୋଲି ବିନା ରଥ ଗଡେ ନାହିଁ ବୋଲି ପ୍ରବାଦ ଅଛି ଏବଂ ଏହି ଡାହୁକଗୀତ "ରଥଟଣା"ରେ ଏକ ମୂଖ୍ୟ ଭୂମିକା ନିର୍ବାହ କରି ଆସୁଅଛି ।[୩][୪] ଏହା ବୌଦ୍ଧ ଧର୍ମ ଅନ୍ତର୍ଗତ ବଜ୍ରଯାନୀ ପରମ୍ପରାର ଅବଶେଷ ତଥା ଏହାର ପଦଗୁଡ଼ିକ ବୌଦ୍ଧ ଚର୍ଯା ସାହିତ୍ୟର ସନ୍ତକ ହୋଇଥିବାବେଳେ ଡାହୁକମାନଙ୍କୁ ଚର୍ଯାପଦର ସିଦ୍ଧମାନଙ୍କର ବଂଶଧର ବୋଲି ବିଶ୍ୱାସ କରାଯାଏ । [୫]
ଗୀତ
[ସମ୍ପାଦନା]ଡାହୁକ ବୋଲିରେ ଚଉଷଠି ମହାସିଦ୍ଧମାନଙ୍କ ସହଜଯାନ ଧାରାର ଛାପ ରହିଛି । ଏପରିକି ପୁରୀରେ ବୋଲାଯାଉଥିବା ଡାହୁକ ବୋଲିରେ ମୂଳ ଚର୍ଯ୍ୟାପଦରୁ ଉଦ୍ଧୃତିମାନ ବ୍ୟବହାର ହେଉଥିଲା । ଚର୍ଯ୍ୟାପଦର ପଦଗୁଡ଼ିକ ସନ୍ଧ୍ୟାଭାଷାରେ ରଚିତ ଓ ଏଗୁଡ଼ିକ ଦ୍ୱିଅର୍ଥବୋଧକ ଅଟେ । ଗୋଟିଏ ବାହ୍ୟ ଅର୍ଥ ଥାଏ ଓ ଗୋଟିଏ ଗୁହ୍ୟ ଅର୍ଥ ଥାଏ । ବାହ୍ୟ ଅର୍ଥକୁ ଠିକ ମନେ କରି ଲୋକ ଗୀତଗୁଡ଼ିକୁ ଭୁଲବଶତଃ ଅତ୍ୟନ୍ତ ଅସାମାଜିକ ବା ଅଶ୍ଳୀଳ ମନେ କରନ୍ତି ।
ତଳେ ପୁରୀର ଡାହୁକ ବୋଲିରୁ କେତୋଟି ଉଦାହରଣ ଦିଆଯାଇଛି ।[୬]
ରଥେ ଭଣ୍ଡ ଡାକ ଡାକନ୍ତେ ଡାହୁକ
ବକ ସିଆଣିଆ ଲୋକ ।
ଅରକ୍ଷିତମାନେ ଶୁଣିବାକୁ ରଙ୍କ
ନ ମାନନ୍ତି ଶୋଷଭୋକ ।
ମାରି ସାସୁ ନଣନ୍ଦ ଘରେ ଶାଳୀ
ମାଆ ମାରିଆ କାହ୍ନ ଭଇଲ କବାଳୀ ।
ହୋ ଭଗତେ ହୋ!
ବାହ୍ୟାର୍ଥ : ଶାଶୁକୁ ମାରିବା ପରେ ନଣନ୍ଦକୁ ଶାଳୀ ଘରେ ରଖି ଓ ଶେଷରେ ନିଜ ମାଆଙ୍କ ହତ୍ୟା କରି କାହ୍ନୁ କାପାଳିକ ହେଲେ ।
ଗୁହ୍ୟାର୍ଥ : କାହ୍ନୁ ଶ୍ୱାସରୁଦ୍ଧ କରି ଆନନ୍ଦପ୍ରଦ ଇନ୍ଦ୍ରିୟମାନଙ୍କୁ ମାରି ସୁଖ ଭୋଗ ଓ ମାୟା ମମତାକୁ ମାରି କାପାଳିକ ସାଜିଛନ୍ତି ।— ଚର୍ଯ୍ୟା ୧୧, କୃଷ୍ଣାଚାର୍ଯ୍ୟପାଦାନମ୍, ରାଗ-ପଟମଞ୍ଜରୀ, (ଏହା ଚର୍ଯ୍ୟାପଦର 'ନାଡ଼ିଶକ୍ତି ଦିଢ଼ ଧରିଅ ଖାଟେ' ଗୀତର ଗୋଟିଏ ଅଂଶ)
ମହାସିଦ୍ଧମାନଙ୍କ ନାମରେ ଭଣିତ କେତେକ ଓଡ଼ିଆ ବୋଲି ମଧ୍ୟ ରହିଛି ।
ହୋ ଭଗତେ !
ହାଡ଼ୁପା କହିଲେ ବାଇ ଏଠାର
ଯୋନି ଦରଶନ ସୁଖ ଅପାର ।
ଭଗରେ ବାଜିଲେ ଲିଙ୍ଗର ମୁଣ୍ଡି
ତିନିଧାର ନାଳ ନିଅଇ ତେଣ୍ଡି ।
ଛ ଗଣ୍ଠି ଭେଦଇ ସେ ନାଳ ଯେବେ
ରମଣ କରିବୁ ଭକତ ତେବେ ।— ମହାସିଦ୍ଧ ହାଡ଼ିପା ବା ହାଡ଼ୁପାଙ୍କ ନାମରେ ଭଣିତ
ବୌଦ୍ଧବାଦ
|
ଧର୍ମ ବା ମତବାଦ ଚାରୋଟି ସତ |
ଆଚରଣ ତିନୋଟି ରତନ |
ପରମ୍ପରା ·
ଧର୍ମଗ୍ରନ୍ଥ |
ହୋ ଭଗତେ ହୋ !
କାଳୀ ଗୋରୀ ଦିହେଁ ଗାଧୋଇ ଗଲେ
ଗଛରୁ ଖସିଲା ଡାଳ ।
କାଳୀ କହୁଛି ଗୋରୀ ଲୋ
ତୋ ବିଆରେ ନାହିଁ ବାଳ ।
ହୋ ଭଗତେ !
ରଥ ଚାଲେ ଘୁଁ, ଚକ ଚାଲେ ଘୁଁ
ଯାହାର ମୁଣ୍ଡରେ ସିନ୍ଦୁର ଟୋପା
ତା ଘଇତା ମୁଁ ।
ଜୀବଟି ଘରର ଘରଣୀ । ସ୍କନ୍ଧରେ ବସିଅଛି ପୁଣି ।।
ଏହାକୁ ଘେନି ରତି କର । ତେବେ ପାଇବୁ ଏ ଶରୀର ।।
ଡାହୁକ ବୋଲିକୁ ବାସନ୍ଦ
[ସମ୍ପାଦନା]୧୯୯୫ ମସିହାରେ ଜଗନ୍ନାଥ ମନ୍ଦିର ଟ୍ରଷ୍ଟର କିଛି ଅଧିକାରୀ ଡାହୁକ ବୋଲି ଉପରେ ବାସନ୍ଦାଦେଶ ଦେଇଥିଲେ । କିନ୍ତୁ, ୧୯୯୭ ମସିହା ପରଠାରୁ କିଛି କଟକଣା ଜାରି ହେବା ଫଳରେ ଡାହୁକମାନେ ଗୀତ ଗାଇବା ପ୍ରାୟ ବନ୍ଦ କରିସାରିଛନ୍ତି । [୬]
ଆଧାର
[ସମ୍ପାଦନା]- ↑
The Eastern anthropologist, Volume 54. Lucknow, India. 2001.
{{cite book}}
:|first=
missing|last=
(help)CS1 maint: location missing publisher (link) CS1 maint: multiple names: authors list (link) - ↑ Surendra, Mahanty (1982). Lord Jagannatha: the microcosm of Indian spiritual culture. Bhubaneswar, Orissa: Orissa Sahitya Akademi. p. 93.
- ↑ B. B. Jena (1980). "Orissa, people, culture, and polity". Kalyani Publishers. p. 313. Retrieved March 26, 2012.
- ↑ Sarat Chandra Mahapatra. "Car Festival of Lord Jagannath, Puri". Sri Jagannath Research Centre (Purī, India). Retrieved March 26, 2012.
{{cite web}}
: Unknown parameter|Location=
ignored (|location=
suggested) (help) - ↑ Siddheswar, Mohapatra (2006). Puri Boli. Orissa Sahitya Akademi. p. 366.
- ↑ ୬.୦ ୬.୧ Asit Mohanty. ରଥେ ଭଣ୍ଡ ଡାକ ଡାକଇ ଡାହୁକହେ ଭଗତେ ହୋ Archived 2016-03-04 at the Wayback Machine.. The Sunday Indian (In Oriya). July ୨୦, ୨୦୧୧
ବାହାର ଆଧାର
[ସମ୍ପାଦନା]- ପ୍ରାଚୀନ ଡାହୁକ ବୋଲି ବନ୍ଦ ହେବ କାହିଁକି? Archived 2016-03-04 at the Wayback Machine. (In Oriya). The Sunday Indian. July ୧୮, ୨୦୧୧
- Mohanty, Dhrutikama‘ଡାହୁକ ବୋଲି'-ସତରେ କ'ଣ ଅଶ୍ଳୀଳ? Archived 2016-03-04 at the Wayback Machine. (In Oriya). The Sunday Indian. July ୧୨, ୨୦୧୧