ଧୂଳିଆ ବୋଡ଼ା ସାପ
ଧୂଳିଆ ବୋଡ଼ା ସାପ | |
---|---|
ମହାରାଷ୍ଟ୍ରର ମାନଗାଓଁରେ ଏକ ଧୂଳିଆ ବୋଡ଼ା ସାପ | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ମହାଶ୍ରେଣୀ: | ଟେଟ୍ରାପୋଡା |
ଶ୍ରେଣୀ: | ରେପ୍ଟିଲିଆ |
Order: | Squamata |
Suborder: | Serpentes |
Family: | Viperidae |
Genus: | Echis |
ଜାତି: | Echis |
ବାଇନୋମିଆଲ ନାମ | |
Echis ବ୍ଲେସିୟସ୍ ମେରେମ୍, ୧୮୨୦
| |
Synonyms | |
|
ଧୂଳିଆ ବୋଡ଼ା (ଇଂରାଜୀରେ Echis ବା saw-scaled vipers ବା carpet vipers[୨]) ଭାଇପରିନାଏ ପରିବାରର ଏକ ବିଷାକ୍ତ ସାପ । ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ମଧ୍ୟ-ପୂର୍ବ ଏସିଆ ଓ ଆଫ୍ରିକାର ଶୁଷ୍କ ଅଞ୍ଚଳରେ ଏହି ସାପ ଦେଖାଯାନ୍ତି । ଶତ୍ରୁକୁ ଡରାଇବା ପାଇଁ ଏହି ସାପ ନିଜ ଦେହର କାତିକୁ ପରସ୍ପର ସହିତ ଘଷି ଏକ ଶବ୍ଦ ସୃଷ୍ଟି କରେ ଯାହା ଏହାର ସ୍ୱାତନ୍ତ୍ର୍ୟ ।[୩] ଏହି ସାପର ଇଂରାଜୀ ନାମ ଏକିସ୍ (Echis) ଗ୍ରୀକ୍ ଭାଷାରେ ବୋଡ଼ା ସାପ ପାଇଁ ବ୍ୟବହୃତ ଶବ୍ଦ ἔχιςର ଲାଟିନ୍ ରୂପରୁ ଗୃହୀତ । ସାଧାରଣତଃ ଏହି ସାପକୁ ଇଂରାଜୀ ଭାଷାରେ "ସ-ସ୍କେଲ୍ଡ୍ ଭାଇପର୍ (saw-scaled vipers)" ବୋଲି କୁହାଯାଏ । ସମଗ୍ର ବିଶ୍ୱରେ ହେଉଥିବା ସାପ କାମୁଡ଼ା ଓ ମୃତ୍ୟୁ ଘଟଣାମାନଙ୍କରେ ଧୂଳିଆ ବୋଡ଼ା ଏକ ବଡ଼ ଅଂଶୀଦାର ।[୪] ଧୂଳିଆ ବୋଡ଼ା ପରିବାରର ୧୨ଟି ପ୍ରଜାତି ଅଦ୍ୟାବଧି ଚିହ୍ନଟ ହୋଇଛି ।[୫]
ବର୍ଣ୍ଣନା
[ସମ୍ପାଦନା]ଧୂଳିଆ ବୋଡ଼ା ସାପ ଆକାରରେ ଛୋଟ । ଏମାନଙ୍କ ପରିବାରର ସବୁଠାରୁ ବଡ଼ ପ୍ରଜାତିଗୁଡ଼ିକ ହେଲେ – ଧଳା-ପେଟ ଧୂଳିଆ ବୋଡ଼ା (Echis leucogaster) ଓ ମିଶରୀୟ ଧୂଳିଆ ବୋଡ଼ା (Echis pyramidum) ଓ ଏମାନଙ୍କ ଦୈର୍ଘ୍ୟ ୯୦ ସେଣ୍ଟିମିଟରରୁ କମ୍ । ସବୁଠାରୁ ଛୋଟ ଧୂଳିଆ ବୋଡ଼ା ପ୍ରଜାତି ହେଲେ – ହ୍ୟୁଗ୍ ଧୂଳିଆ ବୋଡ଼ା (Echis hughesi) ଓ ୟୋଗର୍ ଧୂଳିଆ ବୋଡ଼ା (Echis jogeri) ଓ ଏହି ଦୁଇ ପ୍ରଜାତିର ସାପଙ୍କ ଦୈର୍ଘ୍ୟ ୩୦ ସେଣ୍ଟିମିଟର ପାଖାପାଖି ।
ଧୂଳିଆ ବୋଡ଼ାର ମୁଣ୍ଡ ଛୋଟ ଓ ସାମାନ୍ୟ ଚଉଡ଼ା । ମୁଣ୍ଡ ଚଉଡ଼ା ହୋଇଥିବାରୁ ଶରୀରରେ ବେକ ଓ ମୁଣ୍ଡ ସ୍ପଷ୍ଟ ଭାବେ ବାରି ହୁଏ । ମୁହଁ ପାଖଟି ଛୋଟ ଓ ଅର୍ଦ୍ଧ ଗୋଲାକାର । ମୁଣ୍ଡର ଅନ୍ୟ ଅଂଶ ଅନୁପାତରେ ଆଖିଗୁଡ଼ିକ ସାମାନ୍ୟ ବଡ଼ । ଶରୀରଟି ପତଳା ଓ ସିଲିଣ୍ଡରାକୃତି । ଏହାର କାତି ଗୁଡ଼ିକ ଛୋଟ ଛୋଟ କଣ୍ଟା ପରି । କାତିଗୁଡ଼ିକ କରତ ଧାର ପରି ତେରଛା ଭାବେ ରହିଥିବାରୁ ଏହାକୁ ଇଂରାଜୀ ଭାଷାରେ Saw-scaled viper – କରତ ଧାର ପରି କାତିଯୁକ୍ତ ବୋଡ଼ା ବୋଲି କୁହାଯାଇଥାଏ । ଏହି ସାପର ଲାଞ୍ଜଟି ଛୋଟ ।[୩]
ଖ୍ରୀଷ୍ଟ ଧର୍ମଗ୍ରନ୍ଥ ବାଇବେଲ୍ ପୁସ୍ତକରେ ବର୍ଣ୍ଣିତ ଭୟଙ୍କର ଉଡ଼ନ୍ତା ସର୍ପ (fiery flying serpent) ଏହି ଧୂଳିଆ ବୋଡ଼ା ସାପ ହୋଇଥିବା ଅନୁମାନ କରାଯାଏ ।[୬]
ଭୌଗୋଳିକ ବ୍ୟାପ୍ତି
[ସମ୍ପାଦନା]ଧୂଳିଆ ବୋଡ଼ା ପାକିସ୍ତାନ, ଭାରତ (ମହାରାଷ୍ଟ୍ର, ରାଜସ୍ଥାନ, ଉତ୍ତର ପ୍ରଦେଶ, ପଞ୍ଜାବ, ଓଡ଼ିଶା), ଶ୍ରୀଲଙ୍କା, ମଧ୍ୟ-ପୂର୍ବ ଏସିଆ ଓ ଆଫ୍ରିକା ମହାଦେଶରେ ବିଷୁବ ରେଖାର ଉତ୍ତରସ୍ଥ ଅଞ୍ଚଳରେ ଦେଖାଯାନ୍ତି ।[୧]
ବ୍ୟବହାର
[ସମ୍ପାଦନା]ଧୂଳିଆ ବୋଡ଼ାର ସମସ୍ତ ପ୍ରଜାତି ନିଜ ଶତ୍ରୁକୁ ଡରାଇବା ପାଇଁ ଅନେକ ଅର୍ଦ୍ଧ ଚନ୍ଦ୍ରାକାର କୁଣ୍ଡଳୀରେ ଗୁଡ଼ାଇ ହୋଇଯାନ୍ତି ଓ ଶରୀରକୁ ହଲାନ୍ତି । କାତିଗୁଡ଼ିକ ପରସ୍ପର ସହିତ ଘଷି ହୋଇ ଏକ ସ୍ୱତନ୍ତ୍ର “କର୍ କର୍” ଶବ୍ଦ କରନ୍ତି । ଦୁଇଟି ପାନିଆକୁ ଘଷିଲେ ଏପ୍ରକାରର ଶବ୍ଦ ସୃଷ୍ଟି ହୁଏ । କିଛି ଲେଖକ ଏହି ଶବ୍ଦ ଗରମ ତାଟିଆରେ ପାଣି ଛିଞ୍ଚିଲେ ସୃଷ୍ଟି ହେଉଥିବା ଶବ୍ଦ ପରି ବୋଲି କହିଛନ୍ତି ।[୨][୩] ଶରୀରର ଅଙ୍ଗର ଘର୍ଷଣରୁ ଏପରି ଶବ୍ଦ ସୃଷ୍ଟି କରିବା ପ୍ରକ୍ରିୟାକୁ ଷ୍ଟାରାଇଡ୍ୟୁଲେସନ୍ (stridulation) ବୋଲି କୁହନ୍ତି ।[୭] ଧୂଳିଆ ବୋଡ଼ାର ବିରକ୍ତି ଭାବ ବଢ଼ିଲେ ସେ ଏହି ଶବ୍ଦ ଅଧିକ ହୋଇଥାଏ । ଅନ୍ୟ ସାପ ସୁଁ ସୁଁ ଶବ୍ଦ କରିବା ଦେଖାଯାଏ ଓ ସୁଁ ସୁଁ ଶବ୍ଦ କରିବା ବେଳେ କିଛି ମାତ୍ରାରେ ଶରୀରର ଜଳୀୟ ଅଂଶ ଖର୍ଚ୍ଚ ହୋଇଥାଏ । ଶୁଷ୍କ ପରିବାସରେ ବାସ କରୁଥିବା ଧୂଳିଆ ବୋଡ଼ା ଜଳୀୟ ଅଂଶର ବ୍ୟୟକୁ ନିୟନ୍ତ୍ରିତ କରିବା ପାଇଁ ଏପରି କରୁଥିବା କିଛି ସର୍ପ ବିଜ୍ଞାନୀ ବିଶ୍ୱାସ କରନ୍ତି ।[୩] କିନ୍ତୁ ଆଉ କିଛି ସର୍ପ ବିଜ୍ଞାନୀଙ୍କ ମତରେ ଧୂଳିଆ ବୋଡ଼ା କାତିଘଷା ଶବ୍ଦ ସହ ସୁଁ ସୁଁ ଶବ୍ଦ ମଧ୍ୟ କରିଥାଏ ।[୭]
ଅର୍ଦ୍ଧ-ଚନ୍ଦ୍ରାକାର କୁଣ୍ଡଳୀରେ ଥିବା ଅବସ୍ଥାରେ ଧୂଳିଆ ବୋଡ଼ାର ମୁଣ୍ଡ ଓ ଆଖି ଶତ୍ରୁ ବା ବିପଦ ଉପରେ କେନ୍ଦ୍ରିତ ଥାଏ । ସେହି ଅବସ୍ଥାରୁ ହିଁ ସାପ କାମୁଡ଼ିବାକୁ ଚେଷ୍ଟା କରିଥାଏ । କାମୁଡ଼ିବା ପାଇଁ ଚେଷ୍ଟା କଲାବେଳେ ସାପ ଭାରସାମ୍ୟ ହରାଇ ଅଳ୍ପ ଆଗକୁ ବା ଶତ୍ରୁ ଆଡ଼କୁ ବିସ୍ଥାପିତ ହୋଇଯାଏ । ଅନ୍ୟ ପ୍ରଜାତିର ସାପ କାମୁଡ଼ିବା ବେଳେ ଏପରି ବିସ୍ଥାପିତ ହେବା ଦେଖାଯାଏ ନାହିଁ ।[୨]
ଆହାର
[ସମ୍ପାଦନା]କିଛି ଧୂଳିଆ ବୋଡ଼ା ପ୍ରଜାତିଙ୍କ ଆହାର ସମ୍ପର୍କରେ ଅଧିକ ତଥ୍ୟ ଉପଲବ୍ଧ ନାହିଁ । ଆହାର ସମ୍ବନ୍ଧୀୟ ତଥ୍ୟ ଜଣାଥିବା ଧୂଳିଆ ବୋଡ଼ାମାନେ କ୍ଷୁଦ୍ରାକାର ସ୍ତନ୍ୟପାୟୀ ପ୍ରାଣୀ, ଛୋଟ ପକ୍ଷୀ, ଅନ୍ୟାନ୍ୟ ସରୀସୃପ (ଏପରି କିଛି ପ୍ରଜାତିର ସାପ), ସମ୍ବାଳୁଆ, ବେଙ୍ଗ, ବୁଢ଼ିଆଣୀ, ଜିଆ, କୀଟପତଙ୍ଗ, କଙ୍କଡ଼ା ବିଛା ଇତ୍ୟାଦି ଜୀବଙ୍କୁ ଭକ୍ଷଣ କରିଥାନ୍ତି ।[୨][୩]
ପ୍ରଜନନ
[ସମ୍ପାଦନା]ଆଫ୍ରିକା ମହାଦେଶରେ ଦେଖାଯାଉଥିବା ଅଧିକାଂଶ ଧୂଳିଆ ବୋଡ଼ା ଅଣ୍ଡା ଦେଉଥିବା ବେଳେ ଭାରତୀୟ ଧୂଳିଆ ବୋଡ଼ା କ୍ଷୁଦ୍ର ସାପମାନଙ୍କୁ ଜନ୍ମ ଦେଇଥାଏ ।[୨][୩]
ଧୂଳିଆ ବୋଡ଼ାର ବିଷ ଓ ତାହାର ପ୍ରଭାବ
[ସମ୍ପାଦନା]ଧୂଳିଆ ବୋଡ଼ାର ବିଷରେ ସ୍ନାୟୁ କ୍ଷୟକାରୀ (Neurotoxin), ମାଂସପେଶୀ କ୍ଷୟକାରୀ (cardiotoxin), ରକ୍ତ କ୍ଷୟକାରୀ (hemotoxin) ଓ କୋଷିକା କ୍ଷୟକାରୀ (cytotoxin) ତତ୍ତ୍ୱ ଥାଏ । କ୍ରାନ୍ତୀୟ ଅଞ୍ଚଳରେ ଏହି ସାପକୁ ଚିକିତ୍ସା ବିଜ୍ଞାନ ଦୃଷ୍ଟିରୁ ନିତାନ୍ତ ଦରକାରୀ ବୋଲି କୁହାଯାଇଛି । ଅନ୍ଧାରରେ ଏହି ସାପ ଖୁବ୍ ସକ୍ରିୟ ଥାଏ ଓ ସେହି ସମୟରେ ସର୍ବାଧିକ ସାପ କାମୁଡ଼ା ଦୁର୍ଘଟଣା ଘଟିଥାଏ ।[୩]
ଧୂଳିଆ ବୋଡ଼ା ବିଷ ପ୍ରଭାବରେ ରକ୍ତ ଜମାଟରେ ଅସଙ୍ଗତତା ଦେଖା ଦେଇ ଡିଆଇସି ପରି ଅବସ୍ଥା ସୃଷ୍ଟି ହୁଏ ଓ ଏହା କିଛି ଦିନ ବା ସପ୍ତାହ ପର୍ଯ୍ୟନ୍ତ ରହିପାରେ । ଏପରି ଅବସ୍ଥାରେ ଶରୀରର ଯେକୌଣସି ସ୍ଥାନରେ ରକ୍ତସ୍ରାବ ହୋଇପାରେ ଓ ରକ୍ତକ୍ଷୟ ଜନିତ ମୃତ୍ୟୁ ଘଟିପାରେ । ସାପ କାମୁଡ଼ାର ଅଳ୍ପ କିଛି ଦିନ ମଧ୍ୟରେ ଏହା ଘଟିପାରେ ।[୮]
ପ୍ରଜାତି, ଭୌଗୋଳିକ ଅବସ୍ଥିତି, ଲିଙ୍ଗ, ବିଷ ସଞ୍ଚରଣ ପ୍ରକ୍ରିୟା ଓ ଋତୁ ଅନୁସାରେ ଧୂଳିଆ ବୋଡ଼ାର ବିଷାକ୍ତତାରେ ବିବିଧତା ପରିଲକ୍ଷିତ ହୋଇଥାଏ । ତେଣୁ ଧୂଳିଆ ବୋଡ଼ା ପ୍ରଜାତିଙ୍କ LD୫୦ର ମାନରେ ମଧ୍ୟ ବିଭିନ୍ନତା ଦେଖିବାକୁ ମିଳେ । ଧୂଳିଆ ବୋଡ଼ା କାମୁଡ଼ିଥିବା ମୂଷା ଦେହରେ LD୫୦ ୨.୩ ମି.ଗ୍ରା./କି.ଗ୍ରା.ରୁ (U.S. Navy, 1991) ୨୪.୧ ମି.ଗ୍ରା./କି.ଗ୍ରା. (Christensen, 1955) ଓ ୦.୪୪-୦.୪୮ ମି.ଗ୍ରା./କି.ଗ୍ରା. (Cloudsley-Thompson, 1988) ଥିବା ଦେଖାଯାଇଛି । ୩-୫ ମି.ଗ୍ରା./କି.ଗ୍ରା. ମଣିଷଙ୍କ ପାଇଁ ଘାତକ ହୋଇପାରେ (Minton, 1967) । ଅଣ୍ଡିରାଙ୍କ ତୁଳନାରେ ମାଈଙ୍କ ବିଷର ମାନ ଦୁଇ ଗୁଣରୁ ଅଧିକ ବିଷାକ୍ତ ।[୩]
ବିଷ ପ୍ରସ୍ତୁତିର ହାର ମଧ୍ୟ ବଦଳୁଥାଏ । ୪୧-୫୬ ସେଣ୍ଟିମିଟର ଲମ୍ବା ସାପଠାରୁ ୨୦-୩୫ ମିଲିଗ୍ରାମ୍ ବିଷ କ୍ଷରିତ ହେଉଥିବା ବେଳେ[୯] ଏକ ଇରାନୀୟ ପ୍ରଜାତିର ସାପଠାରୁ ୬-୪୮ ମିଲିଗ୍ରାମ୍ (ହାରାହାରି ୧୬ ମିଲିଗ୍ରାମ୍) ବିଷ[୧୦] ଓ ଅନ୍ୟ ଅଞ୍ଚଳର ସାପଙ୍କଠାରୁ ୧୩-୩୫ ମିଲିଗ୍ରାମ୍ ବିଷ କ୍ଷରିତ ହୋଇଥାଏ ।[୧୧] ଋତୁ ଓ ଲିଙ୍ଗ ଅନୁସାରେ ବିଷ ପ୍ରସ୍ତୁତିରେ ତଫାତ ଦେଖାଦିଏ । ଗ୍ରୀଷ୍ମ କାଳରେ ଧୂଳିଆ ବୋଡ଼ା ସାପଙ୍କ ଶରୀରରେ ଅଧିକ ବିଷ ପ୍ରସ୍ତୁତ ହୁଏ । ଅଣ୍ଡିରାମାନଙ୍କ ଶରୀରରେ ମାଈମାନଙ୍କ ଅପେକ୍ଷା ଅଧିକ ବିଷ ପ୍ରସ୍ତୁତ ହୋଇଥାଏ ।[୩]
ଧୂଳିଆ ବୋଡ଼ା ପରିବାରର ପ୍ରଜାତିଗଣ
[ସମ୍ପାଦନା]ଚିତ୍ର | ପ୍ରଜାତି[୧] | ସମ୍ପୃକ୍ତ ଜୀବବିଜ୍ଞାନୀ[୧] | ଉପପ୍ରଜାତି[୫] | ସାଧାରଣ ନାମ | ଭୌଗୋଳିକ ବ୍ୟାପ୍ତି[୧] |
---|---|---|---|---|---|
ଏକିସ୍ ବୋର୍କିନି | ଶେର୍ଲିନ୍, ୧୯୯୦ | ୦ | ଦକ୍ଷିଣ-ପଶ୍ଚିମ ଆରବ ଓ ପଶ୍ଚିମ ୟେମେନ | ||
ଏକିସ୍ କ୍ୟାରିନେଟସ୍ | ୟୋହାନ୍ ଗୋଟ୍ଲୋବ୍ ଶ୍ନାଇଡର୍, ୧୮୦୧ | ୪ | Saw-scaled viper | ଦକ୍ଷିଣ-ପୂର୍ବ ଆରବ (ଓମାନ, ମସିରା ଓ ପୂର୍ବ ସଂଯୁକ୍ତ ଆରବ ଏମିରେଟ୍), ଦକ୍ଷିଣ-ପଶ୍ଚିମ ଇରାନ, ଇରାକ, ଆଫଗାନିସ୍ତାନ, ଉଜବେକିସ୍ତାନ, ତୁର୍କମେନିସ୍ତାନ, ତାଜିକିସ୍ତାନ, ପାକିସ୍ତାନ, ଭାରତ, ଶ୍ରୀଲଙ୍କା ଓ ବଙ୍ଗଳାଦେଶ | |
ଏକିସ୍ କଲରେଟସ୍ | ଆଲ୍ବର୍ଟ୍ ଗୁନ୍ଥର୍, ୧୮୭୮ | ୦ | ଚିତ୍ରିତ ଧୂଳିଆ ବୋଡ଼ା | ଦକ୍ଷିଣ-ପୂର୍ବ ମିଶର, ଇସ୍ରାଏଲ୍, ଜୋର୍ଡାନ୍, ସାଉଦି ଆରବ, ୟେମେନ ଓ ଓମାନ | |
ଏକିସ୍ ହ୍ୟୁଗେସି | ଭ୍ଲାଡିମିର୍ ଆଲେକ୍ଜାଣ୍ଡ୍ରୋୱିଚ୍ ଶେର୍ଲିନ୍, ୧୯୯୦ | ୦ | ହ୍ୟୁଗ୍ ଧୂଳିଆ ବୋଡ଼ା | ସୋମାଲିଆ | |
ଏକିସ୍ ୟୋଗେରି | ଶେର୍ଲିନ୍, ୧୯୯୦ | ୦ | ୟୋଗର୍ ଧୂଳିଆ ବୋଡ଼ା | ପଶ୍ଚିମ ଓ କେନ୍ଦ୍ରୀୟ ମାଲି | |
ଏକିସ୍ ଖୋସାତ୍ଜ୍କି | ଶେର୍ଲିନ୍, ୧୯୯୦ | ୦ | ପୂର୍ବ ୟେମେନ୍ ଓ ଓମାନ୍ | ||
ଏକିସ୍ ଲ୍ୟୁକୋଗାଷ୍ଟର୍ | ବେନିଗ୍ନୋ ରୋମାନ, ୧୯୭୨ | ୦ | ଧଳା-ପେଟ ଧୂଳିଆ ବୋଡ଼ା | ପଶ୍ଚିମ ଓ ଉତ୍ତର-ପଶ୍ଚିମ ଆଫ୍ରିକା : ମୋରୋକ୍କୋ, ପଶ୍ଚିମ ସାହାରା, ଆଲଜେରିଆ, ମୌରିଟାନିଆ, ସେନେଗାଲ, ଉତ୍ତର ଗିନି, ବୁର୍କିନା ଫାସୋ, ପଶ୍ଚିମ ନାଇଜର, ଉତ୍ତର ନାଇଜେରିଆ | |
ଏକିସ୍ ମେଗାଲୋସେଫାଲସ୍ | ଶେର୍ଲିନ୍, ୧୯୯୦ | ୦ | ଶେର୍ଲିନ୍ ଧୂଳିଆ ବୋଡ଼ା | ୟେମେନ ଓ ଏରିଟ୍ରିଆ ମଧ୍ୟବର୍ତ୍ତୀ ଲୋହିତ ସାଗରର ଦ୍ୱୀପ | |
ଏକିସ୍ ଓସେଲେଟସ୍ | ଓଥ୍ମାର ଷ୍ଟେମ୍ଲର୍, ୧୯୭୦ | ୦ | ଆଫ୍ରିକୀୟ ଧୂଳିଆ ବୋଡ଼ା | ଉତ୍ତର-ପଶ୍ଚିମ ଆଫ୍ରିକା : ମୌରିଟାନିଆ, ସେନେଗାଲ, ମାଲି, ଗିନିଆ, ଆଇଭୋରି କୋଷ୍ଟ୍, ବୁର୍କିନା ଫାସୋ, ଘାନା, ଟୋଗୋ, ବେନିନ, ଦକ୍ଷିଣ ନାଇଜର, ନାଇଜେରିଆ, ଉତ୍ତର କ୍ୟାମେରୁନ୍, ଦକ୍ଷିଣ ଚାଡ୍ | |
ଏକିସ୍ ଓମାନେସିସ୍ | ବୋବୋକ୍ସେ, ୨୦୦୪ | ୦ | ଓମାନୀୟ ଧୂଳିଆ ବୋଡ଼ା | ସଂଯୁକ୍ତ ଆରବ ଏମିରେଟ୍ସ୍, ପୂର୍ବ ଓମାନ | |
ଏକିସ୍ ପିରାମିଡମ୍ | ଏଟିନ୍ ଜ୍ୟଫ୍ରି ସେଣ୍ଟ୍-ହିଲେର୍, ୧୮୨୭ | ୨ | ମିଶରୀୟ ଧୂଳିଆ ବୋଡ଼ା | ଉତ୍ତର-ପୂର୍ବ ଆଫ୍ରିକା : ଉତ୍ତର ମିଶର, କେନ୍ଦ୍ରୀୟ ସୁଦାନ, ଏରିଟ୍ରିଆ, ଇଥିଓପିଆ, ସୋମାଲିଆ, ଉତ୍ତର କେନିଆ; ଦକ୍ଷିଣ-ପଶ୍ଚିମ ଆରବ : ପଶ୍ଚିମ ସାଉଦି ଆରବ, ୟେମେନ; ଲିବ୍ୟା, ଟ୍ୟୁନିସିଆ, ଆଲଜେରିଆ | |
ଏକିସ୍ ରୋମାନି | ଟ୍ରାପେ, ୨୦୧୮ | 0 | ଦକ୍ଷିଣ-ପଶ୍ଚିମ ଚାଡ୍, ଦକ୍ଷିଣ ନାଇଜର, ନାଇଜେରିଆ, ଉତ୍ତର କ୍ୟାମେରୁନ୍, ଉତ୍ତର-ପଶ୍ଚିମ କେନ୍ଦ୍ରୀୟ ଆଫ୍ରିକୀୟ ଗଣରାଜ୍ୟ |
ବର୍ଗୀକରଣ
[ସମ୍ପାଦନା]ଜୀବବିଜ୍ଞାନ ସମ୍ବନ୍ଧୀୟ ଅନ୍ୟ ଲେଖାରେ ପ୍ରଜାତିଙ୍କ ବର୍ଗୀକରଣ ବିଷୟରେ ନିମ୍ନ ତଥ୍ୟ ପ୍ରାପ୍ତ ହୋଇଛି :[୩][୧୨][୧୩]
- ଏକିସ୍ ଓମାନେସିସ୍ ବାବୋକ୍ସେ, ୨୦୦୪, ସଂଯୁକ୍ତ ଆରବ ଏମିରେଟ୍ସ୍ ଓ ପୂର୍ବ ଓମାନରୁ ଆବିଷ୍କୃତ ଏକ ନୂତନ ଧୂଳିଆ ବୋଡ଼ା ପ୍ରଜାତି
- ଏକିସ୍ ଖୋସାତ୍ଜ୍କି ଶେର୍ଲିନ୍, ୧୯୯୦, ଓମାନ ଓ ୟେମେନରେ ଦେଖାଯାଉଥିବା ଏହି ପ୍ରଜାତିକୁ ଏକିସ୍ ପିରାମିଡମ୍ ସହ ସମାନ ବୋଲି କୁହାଯାଏ
- ଏକିସ୍ ମଲ୍ଟିସ୍କ୍ୱାମାଟସ୍ ଶେର୍ଲିନ୍, ୧୯୮୧, ଏହାକୁ ଏକିସ୍ କ୍ୟାରିନେଟସ୍ ମଲ୍ଟିସ୍କ୍ୱାମାଟସ୍ ଉପପ୍ରଜାତି ବୋଲି ମଧ୍ୟ କୁହାଯାଏ ।
ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ McDiarmid RW, Campbell JA, Touré T. 1999. Snake Species of the World: A Taxonomic and Geographic Reference, Volume 1. Washington, District of Columbia: Herpetologists' League. 511 pp. ISBN 1-893777-00-6 (series). ISBN 1-893777-01-4 (volume).
- ↑ ୨.୦ ୨.୧ ୨.୨ ୨.୩ ୨.୪ Spawls S, Branch B. 1995. The Dangerous Snakes of Africa. Dubai: Ralph Curtis Books. Oriental Press. 192 pp. ISBN 0-88359-029-8.
- ↑ ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ Mallow D, Ludwig D, Nilson G. 2003. True Vipers: Natural History and Toxinology of Old World Vipers. Malabar, Florida: Krieger Publishing Company. 359 pp. ISBN 0-89464-877-2.
- ↑ Campbell JA, Lamar WW. 2004. The Venomous Reptiles of the Western Hemisphere. Ithaca and London: Comstock Publishing Associates. 870 pp. 1500 plates. ISBN 0-8014-4141-2.
- ↑ ୫.୦ ୫.୧ "Echis". Integrated Taxonomic Information System. Retrieved 31 July 2006.
- ↑ What Fiery Flying Serpent Symbolized Christ? Archived 10 June 2007 at the Wayback Machine. at Meridian. Accessed 22 June 2007.
- ↑ ୭.୦ ୭.୧ Mehrtens JM. 1987. Living Snakes of the World in Color. New York: Sterling Publishers. 480 pp. ISBN 0-8069-6460-X.
- ↑ Campbell CH. 1995. "Snake bite and snake venoms: their effects on the nervous system". In: de Wolff FA, editor. Handbook of clinical neurology, vol 21 (65). Intoxications of the nervous system, part II. Amsterdam: Elsevier Science Publications.
- ↑ Minton 1974. U.S. Navy. 1991.
- ↑ Latifi 1991.
- ↑ Boquet 1967.
- ↑ ଛାଞ୍ଚ:NRDB genus
- ↑ Echis omanensis, Oman saw-scaled viper Archived 27 May 2007 at the Wayback Machine. at Wolfgang Wüster's homepage Archived 25 September 2006 at the Wayback Machine.. Accessed 7 June 2007.
ଆହୁରି ପଢ଼ନ୍ତୁ
[ସମ୍ପାଦନା]- Boquet P. 1967. "Pharmacology and toxicology of snake venoms of Europe and the Mediterranean regions". In: Bucherl W, editor. 1967. Venomous Animals and their Venoms. Vol. I. Paris: Masson. pp 340–58.
- Boulenger GA. 1890. The Fauna of British India, Including Ceylon and Burma. Reptilia and Batrachia. London: Secretary of State for India in Council. (Taylor & Francis, printers). xviii + 541 pp.
- Boulenger GA. 1896. Catalogue of the Snakes in the British Museum (Natural History). Volume III., Containing the ... Viperidæ. London: Trustees of the British Museum (Natural History). (Taylor and Francis, printers). xiv + 727 pp. + Plates I.- XXV. (Genus Echis, p. 504).
- Cherlin, VA. 1990. Taxonomic revision of the snake genus Echis (Viperidae). II. An analysis of taxonomy and description of new forms. Proceedings of the Zoological Institute, Leningrad, USSR Academy of Schience 207: 193-223. [202]. (in Russian).
- Christensen PA. 1955. South African Snake Venoms and Antivenins. Johannesburg: South African Institute of Medical Research. 35 pp.
- Cloudsley-Thompson JL. 1988. The saw-scaled viper Echis carinatus. British Herpetological Society Bulletin 24:32-33.
- Gray JE. 1849. Catalogue of the Specimens of Snakes in the Collection of the British Museum. London: Trustees of the British Museum. (Edward Newman, printer). xv + 125 pp. [29].
- Latifi M. 1991. The Snakes of Iran. Second Edition. Oxford, Ohio: Published by the Department of the Environment and the Society for the Study of Amphibians and Reptiles. 156 pp. ISBN 0-916984-22-2.
- Merrem B. 1820. Versuch eines Systems der Amphibien. Tentamen Systematis Amphibiorum. Marburg: J.C. Krieger. xv + 191 pp. + 1 plate. [149].
- Minton SA Jr. 1967. "Snakebite". In: Beeson PB, McDermott W, editors. 1967. Cecil and Loeb Textbook of Medicine. Philadelphia: Saunders. 420 pp.
- Minton SA Jr. 1974. Venom Diseases. Springfield, Illinois: CC Thomas. 386 pp.
- U.S. Navy. 1991. Poisonous Snakes of the World. United States Government. New York: Dover Publications Inc. 203 pp. ISBN 0-486-26629-X.
ଅନ୍ୟାନ୍ୟ ଲିଂକ୍
[ସମ୍ପାଦନା]- Echis photo gallery at Herpetology of Africa. Accessed 9 September 2006.
- ଛାଞ୍ଚ:Mazuch
- Photograph of a bite to the leg inflicted by saw-scaled viper