ନିମ୍ବ
ନିମ୍ବ | |
---|---|
ନିମ୍ବ ଗଛର ଫୁଲ ଓ ପତ୍ର | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ବିଭାଗ: | Magnoliophyta |
ଗଣ: | Sapindales |
କୁଳ: | Meliaceae |
ପ୍ରଜାତି: | Azadirachta |
ଜାତି: | A. indica |
ବାଇନୋମିଆଲ ନାମ | |
Azadirachta indica | |
Synonyms | |
Antelaea azadirachta (L.) Adelb. |
ନିମ୍ବ ବା ଲିମ୍ବ ଏକ ଦ୍ରୁମ ଜାତୀୟ ଉଦ୍ଭିଦ। ଏହା ଭାରତରେ ପ୍ରାୟ ସବୁସ୍ଥାନରେ ଦୃଷ୍ଟି ଗୋଚର ହୁଏ ।
ଭାରତୀୟ ପ୍ରାଦେଶିକ ଭାଷା ନାମାବଳୀ
[ସମ୍ପାଦନା]ପ୍ରାଦେଶିକ ଭାଷା | ନାମ |
---|---|
ଓଡ଼ିଆ | ନିମ୍ବ |
ସଂସ୍କୃତ | ଅରିଷ୍ଟ, ପିଚମର୍ଧ, ପାରିଭଦ୍ର, ତିକ୍ତକ, ହିଙ୍ଗୁନିର୍ଯ୍ୟାସ ଓ ତିକ୍ତପର୍ଣା |
ବଙ୍ଗଳା | ନିମ୍ |
ହିନ୍ଦୀ | ନିମ୍ |
ତେଲୁଗୁ | ଦୀୟାଚେଟ୍ଟୁ |
ଶାସ୍ତ୍ରୋକ୍ତ ଗୁଣ
[ସମ୍ପାଦନା]ଏହା ତିକ୍ତରସ, ଶୀତବୀର୍ଯ୍ୟ, ଧାରକ, କାମ ନିବାରକ, ଜ୍ୱର, ତୃଷ୍ଣା, କଣ୍ଡୁ, କ୍ଷତ, ବ୍ରଣ, କୁଷ୍ଠ, ବାୟୁ, ଶ୍ଳେଷ୍ମ, ବିସର୍ପ, କୃମି, କାଶ, ଅର୍ଶ, ପିତ୍ତବିକାର, ରକ୍ତବିକୃତି, ବମନ, ଯାବତୀୟ ଚର୍ମରୋଗ, ଅରୁଚି, ଦଦ୍ରୁ ନିବାରକ ଅଟେ।
ବ୍ୟବହାର
[ସମ୍ପାଦନା]ଅତି ଗୁଣକାରୀ ବନୌଷଧୀମାନଙ୍କ ଭିତରୁ ନିମ୍ବ ଅନ୍ୟତମ । ଏହି ଗଛର ସବୁ ଅଂଶ ଔଷଧି ରୂପେ ବ୍ୟବହାର କରାଯାଏ[୧] । ଶ୍ରୀ ଲକ୍ଷ୍ମଣ ମିଶ୍ରଙ୍କ ମତରେ ଏହାର ପତ୍ରକୁ ବିଷୁବ ସଂକ୍ରାନ୍ତି ଦିନ ସେବନ କଲେ ବର୍ଷସାରା ଚର୍ମରୋଗ ହେବାର ଭୟ ରହେ ନାହିଁ । ନିମ୍ବତେଲ ଅନେକ ପ୍ରକାରର ଚର୍ମରୋଗରେ ବ୍ୟବହାର କରାଯାଏ । ଘରର ଯେ କୌଣସି ଦିଗରେ ବିଶେଷ କରି ଦକ୍ଷିଣ ପାଖରେ ଏ ଗଛ ରହିଲେ ଘରେ ସମସ୍ତଙ୍କ ଦେହ ଭଲରହେ ବୋଲି ମାନ୍ୟତା ରହିଛି । ବସନ୍ତ ଋତୁ ଆଗରୁ ନିମ୍ବକଢ଼ର ଭଜା ଖାଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢେ ।
ବିଶେଷ ନିମ୍ବ ଗଛରୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ମହାପ୍ରଭୁ ମାନଂକ ନବକଳେବର ବେଳେ ଦାରୁ ଆସିଥାଏ, ଯେଉଁଥିରୁ ନୂଆ ମୂର୍ତ୍ତି ମାନ ତିଆରି କରାଯାଇଥାଏ[୨] ।
ଗ୍ୟାଲେରି
[ସମ୍ପାଦନା]-
ନିମ୍ବ ଗଛରେ ଗୁଣ୍ଡୁଚି
-
ନିମ୍ବ ଫୁଲ
-
ନିମ୍ବ ଗଣ୍ଡି
-
ନିମ୍ବ ଗଛ
-
ନିମ୍ବ ଫୁଲ
-
ନିମ୍ବ ଫୁଲ ଫୁଟିଥିବା ଗଛ
-
ନିମ୍ବ ଫୁଲ
-
ନିମ୍ବ ଫୁଲ
-
Azadirachta indica - Museum specimen
ବାହାର ଆଧାର
[ସମ୍ପାଦନା]- ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି
- ଅନୁଭୂତ ଯୋଗମାଳା ବା ସହଜ ଚିକିତ୍ସା. ଲକ୍ଷ୍ମଣ ମିଶ୍ର
ଆଧାର
[ସମ୍ପାଦନା]- ↑ ପଟ୍ଟନାୟକ, ନିଖିଳ ମୋହନ (1997). ଗଛ ବଇଦ. ଭୁବନେଶ୍ୱର: ସୃଜନିକା. p. ୨୮. Retrieved 16 December 2018.
- ↑ "Mystery behind the idol of Lord Jagannath". Speakingtree.in. Times Internet Limited. Retrieved 18 December 2018.