ନେପାଳର ରାଜା
ନେପାଳର ରାଜା | |
---|---|
ମହାରାଜାଧିରାଜ ରକ୍ଷିତ ଦାଇ | |
Details | |
ଉପାଧି | ମହାମହିମ |
ପ୍ରଥମ ଶାସକ | ପୃଥ୍ୱୀ ନାରାୟଣ ଶାହା |
ଶେଷ ଶାସକ | ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହା |
ଗଠନ ସମୟ | ୨୫ ସେପ୍ଟେମ୍ବର ୧୭୬୮ |
ଶେଷ ସମୟ | ୨୮ ମଇ ୨୦୦୮ |
ମୁଖ୍ୟାଳୟ | ନାରାୟଣହିତି ପ୍ରାସାଦ, କାଠମାଣ୍ଡୁ, ନେପାଳ |
ନିଯୁକ୍ତିକର୍ତ୍ତା | ବଂଶାନୁକ୍ରମିକ |
ଦାବିଦାର | ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହା |
ନେପାଳର ରାଜା (ପାରମ୍ପାରିକ ଭାବରେ ମହାରାଜାଧିରାଜ ଭାବରେ ଜଣାଶୁଣା) (ନେପାଳୀ: श्री ५ महाराजधिराज) ୧୭୬୮ ମସିହାରୁ ୨୦୦୮ ପର୍ଯ୍ୟନ୍ତ ନେପାଳର ରାଜ୍ୟ ମୁଖ୍ୟ ତଥା ସର୍ବୋଚ୍ଚ ପଦାଧିକାରୀ ଥିଲେ । ଏହି ପଦରେ ଥିବା ବ୍ୟକ୍ତି ନେପାଳର ରାଜତନ୍ତ୍ରର ମୁଖ୍ୟ ଭାବରେ କାର୍ଯ୍ୟ କରୁଥିଲେ । ଏହି ରାଜାମାନେ ମୁଖ୍ୟତଃ ଶାହା ରାଜବଂଶର ଦାୟଦ ଥିଲେ । ୨୮ ମଇ ୨୦୦୮ରେ ନେପାଳ ସରକାରଙ୍କ ପ୍ରଥମ ବିଧାନ ସଭାର ଗଠନ ପରେ ରାଜତନ୍ତ୍ରକୁ ରଦ୍ଦ କରାଯାଇଥିଲା ।[୧] ସେହି ବର୍ଷ ଅକ୍ଟୋବରରେ ମୁସ୍ତାଙ୍ଗ, ବଝାଙ୍ଗ, ସାଲୟନ୍ ଏବଂ ଜାଜରକୋଟ ଭାବରେ ଥିବା ପଦବୀଗୁଡ଼ିକୁ ରଦ୍ଦ କରିଦିଆଯାଇଥିଲା ।[୨]
ଇତିହାସ
[ସମ୍ପାଦନା]୧୭୬୮ ମସିହର ସେପ୍ଟେମ୍ବର ୨୫ ତାରିଖରେ ଗୋର୍ଖା ରାଜା ପୃଥ୍ୱୀରାଜ ନାରାୟଣ ଶାହାଙ୍କଦ୍ୱାରା ନେପାଳ ରାଜ୍ୟର ସ୍ଥାପନା କରାଯାଇଥିଲା । ସେ ଶାହା ସାମ୍ରାଜ୍ୟ ଅଧିନରେ କାଠମାଣ୍ଡୁ, ପତନ ଏବଂ ଭକ୍ତପୁର ରାଜ୍ୟକୁ ମିଶାଇ ଏହି ରାଜ୍ୟର ପ୍ରତିଷ୍ଠା କରିଥିଲେ । ନେପାଳ ରାଜ୍ୟ ଏହାର ଅଧିକାଂଶ ଇତିହାସ ପାଇଁ ଏକ ସମ୍ପୂର୍ଣ୍ଣ ରାଜତନ୍ତ୍ର ଥିଲା । ଅବଶ୍ୟ, ୧୮୪୬ରୁ ୧୯୫୧ ବିପ୍ଳବ ପର୍ଯ୍ୟନ୍ତ, ନେପାଳ ରଣା ରାଜବଂଶର ଦାୟଦ ଥିବା ପ୍ରଧାନମନ୍ତ୍ରୀଙ୍କଦ୍ୱାରା ଶାସନ ହୋଇଥିଲା ଏବଂ ଶାହା ସାମ୍ରାଜ୍ୟର ଭୂମିକା ହ୍ରାସ ପାଇଥିଲା । ନଭେମ୍ବର ୧୯୯୦ରେ, ଜନ ଆନ୍ଦୋଳନ ପରେ ଏକ ନୂତନ ସମ୍ବିଧାନ ଗୃହୀତ ହେଲା ଏବଂ ଦେଶ ଏକ ସାମ୍ବିଧାନିକ ରାଜତନ୍ତ୍ରରେ ପରିଣତ ହୋଇଥିଲା ।
ନେପାଳର ଗୃହଯୁଦ୍ଧ
[ସମ୍ପାଦନା]୧୩ ଫେବୃଆରୀ ୧୯୯୬ରେ, କମ୍ୟୁନିଷ୍ଟ ପାର୍ଟି ଅଫ୍ ନେପାଳ (ମାଓବାଦୀ)ଦ୍ୱାରା ନେପାଳ ଗୃହଯୁଦ୍ଧର ଆରମ୍ଭ ହୋଇଥିଲା, ଯେଉଁଥିରେ ରାଜତନ୍ତ୍ରକୁ ରଦ୍ଧ କରାଯାଇ ସାଧାରଣତନ୍ତ୍ର ଆରମ୍ଭ ହୋଇଥିଲା ।
ନେପାଳର ରାଜକୀୟ ହତ୍ୟାକାଣ୍ଡ
[ସମ୍ପାଦନା]୧ ଜୁନ ୨୦୦୧ରେ, ରାଜା ବୀରେନ୍ଦ୍ର ଏବଂ ରାଣୀ ଐଶ୍ୱର୍ଯ୍ୟାଙ୍କ ସମେତ ରାଜ ପରିବାରର ନଅ ଜଣ ସଦସ୍ୟଙ୍କୁ ରାଜଭବନରେ ଗୁଳିକରି ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡ ପଛରେ ଯୁବରାଜ ଦୀପେନ୍ଦ୍ରଙ୍କ ସମ୍ପୃକ୍ତି ଥିବା କଥା ଏକ ସରକାରୀ ଅନୁସନ୍ଧାନରୁ ଜଣାପଡ଼ିଥିଲା । କିନ୍ତୁ ଏହି ଅନୁସନ୍ଧାନକୁ ଅଧିକାଂଶ ନେପାଳୀ ଲୋକ ସଠିକ୍ ବୋଲି ମାନନ୍ତି ନାହିଁ, କାରଣ ଏହି ଘଟଣା ପଛରେ ବୀରେନ୍ଦ୍ରଙ୍କ ହାତ ଥିବାର କିଛି ପ୍ରମାଣ ମିଳିନଥିଲା । ତା' ଛଡ଼ା ସେ ଅନ୍ୟମାନଙ୍କୁ ଗୁଳି କରିବା ପରେ ନିଜେ ନିଜକୁ କରିଦେଇଥିବାରୁ ଏହା ପଛରେ ଅନ୍ୟ କାହାର ହାତ ଥିବା କଥା ଲୋକମାନେ ବିଶ୍ୱାସ କରନ୍ତି ।[୩] ଏହି ହତ୍ୟାକାଣ୍ଡ ପରେ ଦୀପେନ୍ଦ୍ର କୋମାରେ ଥିବାବେଳେ ତାଙ୍କୁ ନେପାଳର ରାଜା ଘୋଷିତ କରାଯାଇଥିଲା । ୪ ଜୁନ ୨୦୦୧ରେ ତାଙ୍କ ମୃତ୍ୟୁ ହେବାରୁ ସେ ମାତ୍ର ୩ ଦିନ ଧରି ଏହି ପଦବୀରେ ଥିଲେ ।[୪] ତାଙ୍କ କାକା ପ୍ରିନ୍ସ ଜ୍ଞାନେନ୍ଦ୍ର ଏହି ତିନି ଦିନ ପାଇଁ ରାଜାଙ୍କ ଅନୁପସ୍ଥିତିରେ କାର୍ଯ୍ୟକାରୀ ରାଜା ଭାବରେ ନିଯୁକ୍ତ ହୋଇଥିଲେ ଏବଂ ଦୀପେନ୍ଦ୍ରଙ୍କ ମୃତ୍ୟୁ ପରେ ସେ ସିଂହାସନର ଉତ୍ତରାଧିକାରୀ ଭାବରେ ରାଜା ହୋଇଥିଲେ ।
ହତ୍ୟାକାଣ୍ଡ ପରେ
[ସମ୍ପାଦନା]୧ ଫେବୃଆରୀ ୨୦୦୫ରେ, ଗୃହଯୁଦ୍ଧ ଫଳରେ ସୁରକ୍ଷା ବ୍ୟବସ୍ଥା ଦୁର୍ବଳ ହୋଇପଡ଼ିବା ପରେ ରାଜା ଜ୍ଞାନେନ୍ଦ୍ର ଜରୁରୀକାଳିନ ପରିସ୍ଥିତିର ଘୋଷଣା କରିଥିଲେ ଏବଂ ଦେଶର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ନିଜ ଅଧିନକୁ ଆଣିଥିଲେ ।[୫] ୨୪ ଅପ୍ରେଲ ୨୦୦୬ରେ, ଜନ ଆନ୍ଦୋଳନ ପରେ, ରାଜା ସମ୍ପୂର୍ଣ୍ଣ କ୍ଷମତା ତ୍ୟାଗ କରିବାକୁ ଏବଂ ଲୋକ ସଭା ପୁନଃ ସ୍ଥାପନ କରିବାକୁ ରାଜି ହୋଇଥିଲେ ।[୬][୭] ୨୧ ନଭେମ୍ବର ୨୦୦୬ରେ, ବ୍ୟାପକ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷର ହେବା ସହିତ ଗୃହଯୁଦ୍ଧ ସମାପ୍ତ ହୋଇଥିଲା ।[୮] ୧୫ ଜାନୁୟାରୀ ୨୦୦୭ରେ, ନୂତନ ଭାବରେ ଗଠିତ ମଧ୍ୟବର୍ତ୍ତୀ ବିଧାନ ସଭାଦ୍ୱାରା ରାଜାଙ୍କୁ ତାଙ୍କ କାର୍ଯ୍ୟଭାରରୁ ନିଲମ୍ବିତ କରାଯାଇଥିଲା । ଶେଷରେ, ୨୮ ମଇ ୨୦୦୮ରେ, ପ୍ରଥମ ବିଧାନ ସଭାଦ୍ୱାରା ଆନୁଷ୍ଠାନିକ ଭାବରେ ରାଜତନ୍ତ୍ର ରଦ୍ଦ ହୋଇଥିଲା ଏବଂ ନେପାଳର ଫେଡେରାଲ୍ ଡେମୋକ୍ରାଟିକ୍ ରିପବ୍ଲିକ୍ ଘୋଷିତ ହୋଇଥିଲା ।[୯] ଅକ୍ଟୋବର ୨୦୦୮ରେ ମୁସ୍ତାଙ୍ଗ, ବଝାଙ୍ଗ, ସାଲୟନ୍ ଏବଂ ଜାଜରକୋଟ ଆଦି ଉପ-ରାଜତନ୍ତ୍ର ମଧ୍ୟ ରଦ୍ଦ କରାଯାଇଥିଲା ।[୧୦]
ନୋଟ୍
[ସମ୍ପାଦନା]ପୃଥ୍ୱୀ ନାରାୟଣ ଶାହା ଏକତ୍ରିତ ନେପାଳର ପ୍ରଥମ ଶାସକ ଥିଲେ । ଅବଶ୍ୟ, ୧୭୬୮ ମସିହା ପୂର୍ବରୁ, ଆଧୁନିକ ନେପାଳର ବିଭିନ୍ନ ଛୋଟ ରାଜ୍ୟକୁ ନେଇ ଗଠିତ ହୋଇଥିଲା, ସେଗୁଡ଼ିକ ମଧ୍ୟରୁ ଗୋର୍ଖା ରାଜ୍ୟକୁ ଶାହା ବଂଶ ଶାସନ କରୁଥିଲେ । ତେଣୁ ଶାହା ରାଜବଂଶର ପ୍ରକୃତ ଇତିହାସ ପ୍ରୀତି ନାରାୟଣ ଶାହାଙ୍କ ବହୁ ପୂର୍ବରୁ ରହିଛି ।[୧୧]
ଆଧାର
[ସମ୍ପାଦନା]- ↑ "Nepal votes to abolish monarchy". 28 May 2008. Archived from the original on 2017-01-07. Retrieved 2009-07-20.
- ↑ "Abolishment of subnational monarchies". Archived from the original on 2009-06-09. Retrieved 2009-07-20.
- ↑ "Why Nepal's Crown Prince Went on a Killing Spree | Public Radio International". Archived from the original on 2020-02-12. Retrieved 2020-08-23.
- ↑ "Nepal mourns slain king". BBC News. 2 June 2001. Archived from the original on 7 January 2009. Retrieved 31 May 2009.
- ↑ Staff writer (2005-02-01). "Nepal's king declares emergency". BBC News. Archived from the original on 2012-05-30. Retrieved 2012-10-29.
- ↑ Sengupta, Somini (25 April 2006). "In a Retreat, Nepal's King Says He Will Reinstate Parliament". The New York Times. Archived from the original on 22 December 2017. Retrieved 22 February 2017.
- ↑ "Full text: King Gyanendra's speech". BBC. 24 April 2006. Archived from the original on 22 December 2006. Retrieved 29 October 2012.
- ↑ "Peace deal ends Nepal's civil war". BBC News. 21 November 2006. Archived from the original on 23 November 2020. Retrieved 22 November 2006.
- ↑ "Nepal votes to abolish monarchy". 28 May 2008. Archived from the original on 2017-01-07. Retrieved 2009-07-20.
- ↑ "Abolishment of subnational monarchies". Archived from the original on 2009-06-09. Retrieved 2009-07-20.
- ↑ "The History of Nepal". Archived from the original on 2009-08-16.