ଶ୍ରୀପ୍ରିୟା
Sripriya | |
---|---|
ଜନ୍ମ | |
ସକ୍ରିୟ ବର୍ଷ | 1974–present |
ବୈବାହିକ-ସାଥୀ(s) | Rajkumar Sethupathy |
(m 1988-present)ସନ୍ତାନSneha, Nagarjunଶ୍ରୀପ୍ରିୟା , ଜଣେ ଭାରତୀୟ ମହିଳା ଅଭିନେତ୍ରୀ ତଥା ଫିଲ୍ମ ନିର୍ଦ୍ଦେଶିକା । ସେ ୧୯୭୦ -୧୯୮୦ ଦଶକରେ ଦକ୍ଷିଣ ଭାରତୀୟ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ ତଥା ଫିଲ୍ମ ନିର୍ଦ୍ଦେଶନା କାର୍ଯ୍ୟ ମଧ୍ୟ କରୁଥିଲେ । ସେ ପ୍ରାୟ ୩୦୦ରୁ ଅଧିକ ଫିଲ୍ମରେ କରହୟ କରିଛନ୍ତି । ଏହା ମଧ୍ୟରୁ ୨୦୦ଟି ତାମିଲ ଫିଲ୍ମ ଭିନ୍ନ ଅନ୍ୟ ଦକ୍ଷିଣ ଭାରତୀୟ ଭାଷାରେ ଫିଲ୍ମ କରିଛନ୍ତି ।[୧] ସେ ୨୦୧୪ ମସିହାରେ " ଦୃଶ୍ୟାମ " ନାମକ ତାମିଲ ଫିଲ୍ମ ସହ ଅନେକତାମିଲ ଓ ତେଲୁଗୁ ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ।
କାର୍ଯ୍ୟ ଜୀବନୀ
[ସମ୍ପାଦନା]ଅଭିନୟ
[ସମ୍ପାଦନା]୧୯୭୪ ମସିହାରେ ସେ ତାଙ୍କର ପ୍ରଥମ ଫିଲ୍ମ ଅଭିନୟ " ମୁରୁଗାନ କାଥିୟା ଭର୍ଝି " ନାମକ ଫିଲ୍ମ ସହ ଆରମ୍ଭ କରିଥିଲେ । ଏହା ପରେ ସେ ରଜନୀକାନ୍ତ ,କମଳ ହାସାନ ,ଶିବାଜୀ ଗଣେଶନ ଓ ଜୟଶଙ୍କରଙ୍କ ପରି ଦକ୍ଷିଣ ଭାରତୀୟ ମୁଖ୍ୟ ଅଭିନେତାଙ୍କ ସହ ଅନେକ ଫିଲ୍ମରେ କାର୍ଯ୍ୟ କରିଛନ୍ତି । ୧୯୭୦ରୁ ୧୯୮୦ ମସିହା ମଧ୍ୟରେ ଶ୍ରୀପ୍ରିୟା ଅନେକ ସଫଳ ଫିଲ୍ମ ଦେଇଥିଲେ ୧୯୭୭ ମସିହାରେ " ଆବାଳ ଅପରାଜିଥନ୍ "ରେ ମଞ୍ଜୁ ଭୂମିକାରେ ତାଙ୍କ ଅଭିନୟ ଖୁବ ଚର୍ଚ୍ଚିତ ହେଇଥିଲା । ଏହି ଫିଲ ପାଇଁ ସେ ତାମିଲ ନାଡୁ ରାଜ୍ୟ ଫିଲ୍ମ ପୁରସ୍କାର ଲାଭ କରିଥିଲେ । ତାଙ୍କର ଅନନ୍ୟ ସଫଳ ଫିଲ୍ମ ମଧ୍ୟରେ ବିଲ୍ଲା , ଆତତୁକାରା ଆଳାମେଳୁ ଆଦି ଅନ୍ଯତମ । ତାଙ୍କୁ ଦକ୍ଷିଣ ଭାରତୀୟ ଫିଲ୍ମର ଶ୍ରେଷ୍ଠ ଅଭିନୟ ପୁରସ୍କାର " କଳାଇମାମଣି " ପୁରସ୍କାର ମିଳିଥିଲା । ତାଙ୍କୁ ଜାତୀୟ ଫିଲ୍ମ ପୁରସ୍କାର କମିଟିରେ ଜୁରୀ ଭାବରେ ନିଯୁକ୍ତ କରାଯାଇଥିଲା ।
ମହା ଅଭିନେତା ରଜନୀକାନ୍ତଙ୍କ ସହ ସେ ୨୮ଟି ଫିଲ୍ମ ରେ ଅଭିନୟ କରିଥିଲେ । କମଳ ହାସାନଙ୍କ ସହ ମଧ୍ୟ ତାଙ୍କର ଅନେକ ଫିଲ୍ମ ବ୍ୟବସାୟୀକ ସଫଳତା ପାଇଥିଲା । .[୨]
ନିର୍ଦ୍ଦେଶନା
[ସମ୍ପାଦନା]ଫିଲ୍ମ ଅଭିନୟରୁ ଅବସର ନେବା ପରେ ସେ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରନ୍ତି । ତାଙ୍କର ନିର୍ଦ୍ଦେଶକ ଭାବେ ପ୍ରଥମ ଫିଲ୍ମ ଥିଲା " ମାଳିନୀ ୨୨ ପାଲାଇମକୋତ୍ତଇ " ଓ ଏହା ମହିଳାମାନଙ୍କ ଉପରେ ହଉଥିବା ଯୌନ ଶୋଷଣ କଥାବସ୍ତୁ ଉପରେ ପର୍ଯ୍ୟବସିତ ଥିଲା । [୩]
ସେ ୫ଟି ଟେଲିଭିଜନ ଧାରାବାହିକ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ । ୨ଟି ତାମିଲ ଫିଲ୍ମ ସହ ୨ଟି କନ୍ନଡ ଗୋଟିଏ ତେଲୁଗୁ ଫିଲ୍ମରେ ସେ ନିର୍ଦ୍ଦେଶନା ଦେଇଛନ୍ତି ।
ଫିଲ୍ମ ବ୍ୟତୀୟ ସେ ଜଣେ ଚିତ୍ରକର , ଫିଲ୍ମ ଓ ଧାରାବାହିକର ସଂଳାପ ଲେଖକ ଭାବରେ ମଧ୍ୟ କାର୍ଯ୍ୟ କରିଥାନ୍ତି ।
ବ୍ୟକ୍ତିଗତ ଜୀବନୀ
[ସମ୍ପାଦନା]ଶ୍ରୀପ୍ରିୟା ଚେନ୍ନେଇ ସହରରେ ଜନ୍ମ ଗ୍ରହଣ କରି ସେଠାରେ ଶିକ୍ଷା ପ୍ରାପ୍ତ ହେଇଥିଲେ ।ସେ ଶାସ୍ତ୍ରୀୟ ନୃତ୍ୟରେ ମଧ୍ୟ ଶିକ୍ଷା ନେଇ ଜଣେ ଉତ୍ତମ ନର୍ତକି ଭାବରେ ପରିଚିତ ହେଇଥିଲେ । ୧୯୮୮ ମସିହାରେ ସେ ଅଭିନେତା ରାଜକୁମାର ସେଥୁପଥିଙ୍କୁ ବିବାହ କରିଥିଲେ। ତାଙ୍କର ଏକ ପୁତ୍ର ନାଗାର୍ଜୁନ ଓ ଏକ କନ୍ୟା ସ୍ନେହା ରହିଛନ୍ତି ।
ବିଶିଷ୍ଟ ଫିଲ୍ମ ସମୂହ ( ଅଭିନୟ )
[ସମ୍ପାଦନା]Year | Movie | Notes |
---|---|---|
1974 | Murugan Kaatiya Vazhi | Debut film Tamil |
1974 | Aval Oru Thodar Kathai | Tamil |
1974 | Panathukkaga | Tamil |
1975 | Bhaarya Illaatha Raathri | Malayalam |
1976 | Aayiram Janmangal | Malayalam |
1976 | Anthuleni Katha | Telugu film |
1976 | Mogam Muppadhu Varusham | |
1977 | Chilakamma Cheppindi | Telugu film |
Aattukara Alamelu | ||
Aame Katha | Telugu film | |
Parivarthanam | Malayalam | |
Palabishegham | ||
1978 | Ilamai Oonjaladukirathu | |
Vayasu Pilichindi | Telugu film | |
Sattam En Kaiyil | ||
Bairavi | ||
Pottelu Ponnamma | ||
Thai Meethu Sathiyam | ||
Aval Appadithan | ||
En Kelvikku Enna Bathil | ||
1979 | Annai Oru Alayam | |
Neeya? | Tamil film | |
Evvadabba Sommu | Telugu film | |
Allauddinum Albhutha Vilakkum | Malayalam film | |
Thirisoolam | ||
1980 | Billa | |
Pollathavan | ||
Natchathiram | ||
Maria, My Darling | ||
1981 | Ram Lakshman | |
Sathya Sundaram | Tamil film | |
Karaiyellam Shenbagapoo | ||
Thee | ||
1982 | Simla Special | |
Savaal | ||
Vazhvey Maayam | ||
Jimmy Gallu | Kannada film | |
Parvaiyin Marupakkam | Tamil film | |
Karthavyam | Malayalam film | |
Anguram | Malayalam film | |
Pagadai Panirendu | ||
Thanikattu Raja | ||
1983 | Himam | Malayalam film |
1984 | Enakkul Oruvan | |
1986 | Kariyilakkattu Pole | Malayalam film |
1990 | Pathimoonam Number Veedu | |
2007 | Kannamoochi Yenada |
ନିର୍ଦ୍ଦେଶନା ଦେଇଥିବା ଫିଲ୍ମ ସମୂହ
[ସମ୍ପାଦନା]Year | Film | Language | Cast | Notes |
---|---|---|---|---|
2014 | Drushyam | Telugu | Venkatesh, Meena, Nadiya Moidu, Naresh | Remake of Malayalam hit Drishyam |
2014 | Malini 22 Palayamkottai | Tamil | Nithya Menen, Krish J Sathaar, Naresh | Remake of Malayalam hit 22 Female Kottayam |
1992 | Naane Varuven | Tamil | Sripriya, Rahman, Raadhika | |
1984 | Shanthi Muhoortham | Tamil |
ଟେଲିଭିଜନ ଧାରାବାହିକ ସବୁ
[ସମ୍ପାଦନା]- Vikramathithan
- Anandham as Charulatha/ Muthulashmi (Abhrirami's mother)
- Chinna Papa Periya Papa as Chinna Papa Season 1 and Season 2 (ep 1-52)
ଆଧାର
[ସମ୍ପାଦନା]- ↑ Films
- ↑ "The Hindu : Tamil Nadu / Chennai News : "I owe what I am today to cinema"". Archived from the original on 2007-02-23. Retrieved 2017-03-27.
- ↑ http://www.newindianexpress.com/entertainment/tamil/Im-angry-at-whats-happening-Sripriya/2013/09/02/article1762968.ece%7CI'm[permanent dead link] angry at what's happening
ବାହାର ଲିଙ୍କ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଶ୍ରୀପ୍ରିୟା
- Sripriya Filmography at SpicyOnion